ସୌରଜଳନିଧି

Sourajalanidhi

କୃଷି ଓ କୃଷକ ସଶକ୍ତିକରଣ ବିଭାଗ
ଓଡିଶା ସରକାର
Department of Agriculture & Farmers' Empowerment
Government of Odisha
ଆବେଦନର ପଦ୍ଧତି

ସେଚକୂପରୁ ଜଳସେଚନ ପାଇଁ ସୋଲାର ପମ୍ପର ଆବେଦନ ଅନ ଲାଇନ(online) ମାଧ୍ୟମରେ କାର୍ଯ୍ୟକାରୀ ହେବ ।
୧. ଆବେଦନକାରୀ କ୍ଷୁଦ୍ର କିମ୍ବା ନାମମାତ୍ର ଚାଷୀ ହୋଇଥିବେ ।
୨. ଆବେଦନକାରୀଙ୍କ କୃଷକ ପରିଚୟ ପତ୍ର (Farmer-ID) ଜରୁରୀ ।
୩. ନିଜ ଜମିରେ ସେଚକୂପ ଓ ଅତିକମରେ ୦.୫(ଅଧା) ଏକର ଜମି ଗୋଟିଏ ଜାଗାରେ ଥିବ ।
୪. ଆବେଦନ agrisnetodisha.ori.nic. in ପୋର୍ଟାଲରେ ଗ୍ରହଣ କରାଯିବ ।
୫. ଆବେଦନ ପରେ ସମ୍ପୃକ୍ତ ଅଞ୍ଚଳର ଗ୍ରାମ୍ୟ କୃଷିକର୍ମଚାରୀ କ୍ଷେତ୍ର ପରିଦର୍ଶନରେ ଯାଇ କୂପ ଓ ଆବେଦନକାରୀଙ୍କ ଫଟୋ ମୋବାଇଲ ଆପ (mobile app) ମାଧ୍ୟମରେ ନେବେ । ଯେଉଁ ଜମିରେ ଜଳସେଚନ ହେବ , ସେହି ଜମିର ସ୍ଥିତି (ଅକ୍ଷାଂଶ ଓ ଦ୍ରାଘିମା)
ନିଆଯିବ ।
୬. ଆବେଦିତ ପ୍ଲଟ ଓ ପରିଦର୍ଶିତ ପ୍ଳଟର (ଅକ୍ଷାଂଶ ଓ ଦ୍ରାଘିମା) ମେଳ ହେଲେ ଦରଖାସ୍ତଟି ଜିଲ୍ଲାପାଳଙ୍କ ଅନୁମୋଦନ ନିମନ୍ତେ ପ୍ରେରିତ ହେବ ।
୭. ଜିଲ୍ଲାପାଳଙ୍କ ଦ୍ଵାରା ଅନୁମୋଦିତ ଦରଖାସ୍ତର ଆବେଦନକାରୀଙ୍କୁ ବାର୍ତ୍ତା ଦ୍ଵାରା ସୂଚିତ କରାଯିବ ।
୮. ଆବେଦନକାରୀ ସୁଚିତ ତାଲିକା ମଧ୍ୟରୁ ଯୋଗାଣକାରୀ/ପମ୍ପ (make/model) ବାଛି go- ahead (କାର୍ଯ୍ୟାଦେଶ) ଚିଠି online ରୁ ପାଇପାରିବେ । ଉକ୍ତ go-ahead ଚିଠାରେ ନିର୍ଧାରିତ ଚାଷୀ ଦେୟ ଉଲ୍ଲେଖିତ ରହିବ ।
୯. ଚାଷୀ ଉକ୍ତ ରାଶି ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA)ର ନିର୍ଦ୍ଧାରିତ ବ୍ୟାଙ୍କ ଜମା ଖାତାରେ ପଇଠ କରିବେ ।
୧୦. ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA) ଆବେଦନ କାରୀଙ୍କ ନିର୍ଦ୍ଧାରିତ କୂପରେ ସୋଲାର ପମ୍ପ ସ୍ଥାପନ କରି ଚାଷୀଙ୍କ ସହିତ ସ୍ଥାପିତ ପମ୍ପ ଓ ଉପକରଣର ଫଟୋ ମୋବାଇଲ ଆପ ମାଧ୍ୟମରେ ପ୍ରେରିତ କରିବେ ।
୧୧. ସ୍ଥାପିତ ଉପକରଣର ବିବରଣୀ ଓ ତାହାର ପରିଚାଳନା ରକ୍ଷଣା ବେକ୍ଷଣ ପଦ୍ଧତି OREDA ର ଅଧିକୃତ ଅଧିକାରୀଙ୍କ ମାଧ୍ୟମରେ ଉପଲବ୍ଧ କରାଯିବ ।

Error message

Warning: Creating default object from empty value in ctools_access_get_loggedin_context() (line 1411 of /var/www/html/sites/all/modules/ctools/includes/context.inc).
ଆମ ସହିତ ଯୋଗାଯୋଗ


କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ,
ଓଡିଶା, ପିନ୍-୭୫୧୦୦୩
ଇ-ମେଲ୍ - diragri.or@nic.in
ଫୋନ୍ ନମ୍ବର : ୦୬୭୪-୨୩୯୨୪୩୧